Oriya Poem/Kabita

କୋଟି.ବ୍ରହ୍ମାଣ୍ଡ.କୁ..ଗୋଟି.ଗୋଟି..କରି..ହାତରେ..ନଚାଏ..ଯିଏ.....

Aneswana - By Bikram Prasad Panda

A Unique Love Story - By Bikram Prasad Panda
========================================================================





Odia Poem " BIDHABA" - BY Hitesh Mohapatra
Like us @ https://www.facebook.com/dharakote.ganjam







ପ୍ରତିବାଦୀ
ଧୀରେ ଧୀରେ ମୋ ଭିତରେ ଜଳନ ହୁଏ
ଇର୍ଷା ଅସହ୍ୟ ହୁଏ ;
ମୁଁ ଭାବେ ତୁମେ ଯଦି ମୋର ନୁହଁ
ଆଉ କାହାର କେବେ ବି ହୋଇପାରିବନି
ମୁଁ ଯଦି ନ ଚାହେଁ ।
ମନ ଭିତରେ ଆସେ ରାଗ
ଯେତେ ବେଳେ ମୁଁ ପାଏ ;
ଆଉ କିଏ ତୁମ କଥା କହୁଥାଏ ,
ତୁମେ ବି ତାର କଥା କହ ।
ମନରେ କାହିଁ ବି ମୋର ଏତିକି ସନ୍ଦେହ;
ତୁମେ କାହା କଥା କହିଲେ, କାଳେ ତମେ ତାର ହୋଇଯାଅ ।
ତୁମେ ତ ଏଯାଏଁ ମୋର ହୋଇନାହଁ
ଆଉ ଯଦି କାହାର ହୁଅ
ତୁମେ କି ଜାଣ,
ମନେ ମୋର କେତେ ବଡ କଷ୍ଟ !
ବାରମ୍ବାର ପଚାରେ ନିଜକୁ ;
କାହିଁକି ଏମିତି ହୁଏ
ତୁମେ କଣ ଜାଣିଥାଅ ଯେ
ମୁଁ ତୁମ ଉପରେ ପ୍ରଭୁତ୍ଵ ଜାହିର କରିଥାଏ
କାହା ପାଖେ ତୁମକୁ ମୁଁ ଦେଖିବାକୁ ଚାହେଁ ନାହିଁ
ତୁମେ ଖାଲି ମୋର ହିଁ ହୋଇ ଥାଅ
ଆଉ କାହାର ହେଲେ ମୋ ମନ ଭାଙ୍ଗିଯାଏ ।
କାହା କଥା ତୁମେ କହିବ କି ଆଉ କିଏ କହିବ ତୁମ କଥା
ଏ ସବୁ ମୋର କଳ୍ପନାର ନା ଥାଏ ।
ମୁଁ ଜାଣି ନ ଥାଏ ଯେ ଭଲ ପାଇବାର ଆରମ୍ଭ ରେ
ଏମିତି ସ୍ଵେଚ୍ଛାଚାର ରେ ଭଲ ପାଇବା ଜାହିର ହୁଏ
ମୁଁ ଜାଣେନା ହଠାତ କାହିଁକି
ଜଣେ ଏମିତି ବଦଳି ଯାଏ ।



Pratibaadi – ପ୍ରତିବାଦୀ odia kabita , lekhaka Himanshu Parida
original post :http://eodisha.org/odiasahitya/pratibaadi-odia-kabita-lekhaka-himanshu-parida/






Para

ପାରା (Para) By Himanshu Parida

କେତେ ଥର ଧାଇଁ ଯାଇଛି
ଧରିବାକୁ ତୋତେ
ତୋ ଉଡିବାର ଆନନ୍ଦ କୁ
ଅନାଇଛି କେତେ
ଭାବିଛି ତତେ ଛୁଇଁ ଦେଖିବି
କି ଉପାଦାନରେ ଗଢା ତୁ
କେମିତି ଶିଖିଯାଇଛୁ ଉଡିବା
ଭୁଇଁର ଆକର୍ଷଣରୁ ନିଜକୁ
କେମିତି ମୁକ୍ତ କରିଛୁ ।
ଭାବିଛି ଛୁଇଁ ଛୁଇଁ ତୋ କୋମଳ ପର
ଆଉଁସି ତୋ ପେଟ ତଳ
ପୋଷା ମନେଇବି ତୋତେ ।
ତୁ ଡାକିଲେ ଆସୁ
ବସିଯାଉ ମୋ ଅଗଣାରେ
ସୁନ୍ଦର ଭଙ୍ଗୀରେ ଚାଲୁ
ମୋ ସୋହାଗର ଖୁଦ ଖୁଣ୍ଟୁ
କେତେ ଆନନ୍ଦରେ ,
ସେତେବେଳେ ଯାଏ ତୁ ଜାଣି ନ ଥାଉ
ମୁଁ ଧରି ବସିଥାଏ ପଞ୍ଜୁରୀଟେ
ତୋତେ ଧରି ନେବାପାଇଁ ।
ମନ ଭରି ଦେଖୁ
ଆକାଶକୁ ଉଡିଯାଉ ତାପରେ
ଭଲ ପାଇବାର ଆକର୍ଷଣକୁ
ଉଡିବାରେ ବୁଝୁଥାଉ
ଲୋଟଣି ଭାଙ୍ଗି ମୋତେ ଲୋଭାଉ ।
ଏ ମାଟିରେ ମୁଁ ଠିଆ ହୋଇଥାଏ
ତୁ ମୋତେ ଦେଖୁଥାଉ
ହାତ ଠାରି ଡାକୁ
ମୋର ତ ଡେଣା ନ ଥାଏ
ଉଡି ଜାଣି ନାହିଁ ଯେଣୁ
ଭୁଇଁରେ ରହେ ,
ମୁଁ ତ ତତେ ମୋ ସାଥିରେ ପୋଷା ମନାଇ
ରଖିବାକୁ ଚାହେଁ ।
କେତେ ଦୂର ଆକାଶରେ ତୁ
ମୁଁ ଜାଣେନି ତୁ କଣ କହିବାକୁ ଚାହୁଁ ,
ଦୂର ଆକାଶର ପାରା ତୁ
ମୋ ପାଇଁ କଣ ଉଡୁଥାଉ ?
ମତେ ବି ଭୟ ହୁଏ
ତତେ ଯଦି ଲୋଭରେ ଧରିନିଏ
ମୋ ସ୍ନେହର ଭ୍ରମରେ ତୁ ଭୁଲିଯିବୁ
ମୋ ସଙ୍କୀର୍ଣ୍ଣ ଅଗଣାରେ ଚାଲିବୁ
ସେ କଣ ସୁନ୍ଦର ହେବ ?
ମୁଁ ତତେ ଭଲ ପାଇବି
ଏଇମିତି ଥିବି
ଦୂରେ ଦୂରେ ଆହୁରି ଦୂରେ
ତୁ ଉଡିବୁ ।
Original Post : http://eodisha.org/odiasahitya/para-by-himanshu-parida/


                                                           Home Page

Tume

                                          ତୁମେ ( tume) By Himanshu Parida
ତୁମେ
ତୁମ କବିତାରେ ତୁମେ ବହୁତ କଥା କୁହ
ମୁଁ ବି ଅର୍ଥ କାଢେ ଯାହା ମୋ ପାଇଁ ଦରକାର ।
ସୁନ୍ଦର ସୁନ୍ଦର ଶବ୍ଦରେ ମନକୁ ବାଢି ଦିଅ
କଳ୍ପନାର ଛଟା ଦିଅ
ହୃଦୟ କୁ କର ଯେତିକି ଲୋଭନୀୟ
ସେତିକି ସୁନ୍ଦର ।
ତୁମେ କୁହ; ମନ କଥା ଦେଖାଇଲେ ହିଁ
କହିବା କଥା ସୁନ୍ଦର !
ତୁମ କଥା ତୁମ କବିତା
ମୋ ପାଇଁ ଅତି ପ୍ରିୟ
ଯାହା ସୃଷ୍ଟି କରେ
ମୋ ମନରେ ଆକର୍ଷଣ ର ଉତ୍ସ ,
ଯେମିତି ବହୁଥିବା ଝରଣା ର ଅବିରତ ଧାର ।
ଆଖି ଆଗେ ଖେଳୁଥାଏ
କାଚ କେନ୍ଦୁ ଜଳ ରେ ସୁନାର ମାଛ ।
ମୁଁ ଦେଖେ ତୁମର ଦେହକୁ
ଯେ ସୃଷ୍ଟି କରି ପାରେ ଏତେ ସୁନ୍ଦର ସୃଷ୍ଟି !
ଧାଇଁ ଯାଏ ଧରିବାକୁ
ଯେତେ ଯେତେ ପାଏ ଲାଗେ ସେତେ ବାକି ରହିଲା
ପାଇବାକୁ,
ମୋ ଆଗରେ ଝଲମଲ ତୁମେ ସୁନାର ହରିଣ ,
ଜୀବନ ମୋ ହୋଇଯାଏ ତୁମର ପଶ୍ଚାଦ୍ଧାବନ ।
ବସି ଭାବୁଥାଏ ଯେତେବେଳେ
ଲାଗୁଥାଏ ସବୁ ଭଲ
ଯେମିତି ଉଠିଯାଏ ଧରିବାକୁ ତାକୁ
ଭାବେ କରିବି ନିଜର
ସେ ଧାଉଁ ଥାଏ ସେତେ ସେତେ ଦୂର ।
ଦୂର ଆକାଶ ର ତାରା ଯେମିତି
ଲାଗେ ଏତେ ପାଖରେ
ପାଇବାକୁ କେତେ ଯେ ଦୂର !
ମୋ ଦେହରେ ଝଲସୁ ଥାଏ
ତାର ଆଲୋକର ଧାର ।
ଏବେ ଜାଣେ ;
ଦେଖିବାକୁ ତୁମେ ବୁଝିବାକୁ ଯାହା
ଧରିବାକୁ ଗଲେ ତୁମେ ଅଲଭ୍ୟ ।
ଯେମିତି ସୁନା ଫରୁଆ ଭିତରେ ଭଅଁର
ପୋତି ହୋଇଛି
ଖୋଜି ଖୋଜି ଚାଲିଛି ମୁଁ
ସାତ ତାଳ ଜଳ ।
ତୁମେ ଭାସୁଥାଅ ପଦ୍ମ ଫୁଲ ପରି
ହୋଇପାରେ ତୁମ ସୃଷ୍ଟି ମୋର କଲ୍ପନାରେ
ଯୋଡି ହୋଇଯାଇଛ
ମୋ ସଙ୍ଗେ ଯେମିତି ମୋ ନାଭି କେନ୍ଦ୍ର ।
ଧାଉଁ ଥାଏ ଧରିବାକୁ
ତୁମକୁ କରିବି ନିଜର
ଖୋଜିବା ସରେନା
ତୁମେ ହୁଅ ଜୀବନରେ ମୋର
ଚରମ ରହସ୍ୟ ।
ମତେ ଲାଗେ ବହୁତ କିଛି ବାକି ରହିଥାଏ
ବୁଝିବାକୁ ତୁମକୁ
ତୁମେ ଜଳି ଜଳି ଆଲୋକ ସୃଷ୍ଟି କରୁଥିବା ସୂର୍ଯ୍ୟ
ନ ଜୋଛନା ର ଅଣାୟତ୍ତ ଚନ୍ଦ୍ର ?
ମୁଁ ଧାଉଁଥାଏ ତୁମକୁ ପାଇବା ପାଇଁ
ମୋର ସାରା ଜୀବନର ଲକ୍ଷ୍ୟ ।
ଦେହରେ କ୍ଳାନ୍ତି
ମନରେ ଅବସାଦ ଭରା
ଯେମିତି ଦିନଯାକର ଚେଷ୍ଟା ପରେ
ଭାଙ୍ଗି ଯାଇଛି ପାଉ ପାଉ ସ୍ଵପ୍ଣ ।

Original Post : http://eodisha.org/odiasahitya/tume-by-himanshu-parida/


3 comments:

  1. Such a nice poem...
    Good one (para)

    ReplyDelete
  2. poems are good. write some odiya folk songs that is sung during festivals

    ReplyDelete
    Replies
    1. Thanks for you comment.
      Surely we will try it out ASAP. :)

      Delete

Facebook COmment

Related Posts Plugin for WordPress, Blogger...